କରୋନାର ନୂଆ ଏନ୍ତୁଡ଼ିଶାଳ ବିଟ୍ରେନ: ୬ରୁ ଅଧିକ ଦେଶକୁ ବ୍ୟାପିଛି ସଂକ୍ରମଣ

ଲଣ୍ଡନ,୨୨।୧୨: ବ୍ରିଟେନ ଏବେ କରୋନାର ନୂଆ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଛି। ବିଟ୍ରେନ୍‌ରୁ ଏହି ଭୂତାଣୁ ଇଟାଲୀ, ନେଦରଲାଣ୍ଡ, ଡେନମାର୍କ, ଫ୍ରାନ୍ସ୍‌ ଏବଂ ଅଷ୍ଟ୍ରେଲିଆ ସମେତ ଦକ୍ଷିଣ ଆଫ୍ରିକାର କେତେକ ଅଞ୍ଚଳକୁ ବ୍ୟାପିଥିବା ଅନୁମାନ କରାଯାଉଛି। ନୂଆ କରୋନା ଭୂତାଣୁ ୬ରୁ ଅଧିକ ଦେଶକୁ ବ୍ୟାପିଥିବା କୁହାଯାଉଛି। ଏନେଇ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ବିଶେଷଜ୍ଞ ମାରିଆ ଭାନ୍‌ କେରଖୋଭେ କହିଛନ୍ତି। ଏସବୁ ଦେଶରେ କରୋନାର ନୂଆ ଭୂତାଣୁ ଦ୍ୱାରା କେତେକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଟ୍ରେନରେ ସାର୍ବଜନୀକ ଭାବେ କରୋନା ଟିକାଦାନ ଜାରି ରହିଛି। ଏପରିସ୍ଥଳେ ନୂଆ କରୋନା ଭୂତାଣୁ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।

Share