ନୂଆଦିଲ୍ଲୀ,୨୩।୧୨: କରୋନା ଭୂତାଣୁର ନୂଆ ସ୍ବରୂପ ନେଇ ଦିଲ୍ଲୀ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବ୍ରିଟେନ୍ରୁ ଦିଲ୍ଲୀ ଫେରିଥିବା ଲୋକଙ୍କର ଯାଞ୍ଚ୍ କରାଯିବା ସହିତ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀରେ ବ୍ରିଟେନ୍ରୁ ବହୁ ଲୋକ ଆସି ସାରିଛନ୍ତି। ସେମାନଙ୍କଠାରୁ ଯେଭଳି ଅନ୍ୟମାନେ ସଂକ୍ରମିତ ନ ହୁଅନ୍ତି ସେଥିପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।