ଆମେରିକାରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ୍‌

ଓ୍ବାଶିଂଟନ,୩୦।୧୨: ବ୍ରିଟେନ୍‌ରୁ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଆମେରିକାରେ ପହଞ୍ଚିଛି। କୋଲୋରାଡୋରେ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କ ନମୁନା ପରୀକ୍ଷା ସମୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ କରାଯାଇଛି। ଯୁବକ ଜଣକ ଅନ୍ୟ କାହା ସହିତ ମିଳାମିଶା କରି ନ ଥିବାରୁ ନୂଆ ଷ୍ଟ୍ରେନ୍‌ ବ୍ୟାପିବାର ଆଶଙ୍କା କମ୍‌ ରହିଥିବା କୋଲୋରାଡୋ ଗଭର୍ନର ଜେରେଡ ପୋଲିସ ସୂଚନା ଦେଇଛନ୍ତି। ନୂଆ ଷ୍ଟ୍ରେନ୍‌ ୭୦ ପ୍ରତିଶତ ଦ୍ରୁତ ବେଗରେ ବ୍ୟାପୁଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।

Share