ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ ଜାରି ହୋଇଛି। ନୂଆ ଭୁତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି। ତେଣୁ ବିମାନ ବନ୍ଦର ଉପରେ ସ୍ବତନ୍ତ୍ର ନଜର ରଖିବାକୁ ଗାଇଡ୍ଲାଇନରେ କୁହାଯାଇଛି।
ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ରହିଛି। ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଟେଷ୍ଟିଂ ଓ ଜେନମ ସିକ୍ୱେନ୍ସିଂ ମଧ୍ୟ କରାଯିବ। ଏହାସହ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ସର୍ଭିଲାନ୍ସ ମଧ୍ୟ କରାଯାଉଛି। ବିଦେଶୀ ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ୱାରାଣ୍ଟାଇନ କଣ୍ଟ୍ରୋଲ ବ୍ୟବସ୍ଥା ରହିଛି। ଏହାସହ କମ୍ୟୁ ନିଟି ସର୍ଭିଲାନ୍ସ ଜୋରଦାର କରାଯିବ। ସମସ୍ତେ ଭ୍ୟାକ୍ସିନ ନେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ଆସିଏମଆର ଜିନୋମିକ ଭ୍ୟାରିଏସନ ଦେଖୁଛନ୍ତି। ତେବେ ଲୋକଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି।