୬ ମାସ ତଳେ ମୃତ୍ୟୁ ଘଟିଥିବା କଂଗ୍ରେସ ନେତାଙ୍କୁ କରୋନାର ଦ୍ୱିତୀୟ ଡୋଜ୍‌…

ଭୋପାଳ,୧୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଏଥିରେ ବହୁ ଅନିମୟିତତା ପରିଲକ୍ଷିତ ହେଉଛି। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ ଜିଲାରେ ୬ ମାସତଳେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କୁ ଟିକାର ଦ୍ୱିତୀୟ ଡୋଜ୍‌ ପ୍ରଦାନ କରିଥିବାନେଇ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଟିକାଦାନ ସଂଖ୍ୟାକୁ ବଢ଼ାଇ ଦେଖାଇବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି।

କଂଗ୍ରେସ ନେତା ପି.ଡି. ଶାକ୍ୟଓ୍ବାରଙ୍କ ମୋବାଇଲ୍‌ ନମ୍ବରେ ସେ ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିବା ସମ୍ପର୍କରେ ଡିସେମ୍ବର ୩ରେ ମେସେଜ୍‌ ଆସିଥିଲା। ତାଙ୍କ ପରିବାର ସଦସ୍ୟ ଏହାର ସାର୍ଟିଫିକେଟ ମଧ୍ୟ ଡାଉନଲୋଡ୍‌ କରିଥିଲେ। ତେବେ ଶାକ୍ୟଓ୍ବାରଙ୍କ ମୃତ୍ୟୁ ଗତ ୬ ମାସ ତଳେ ହୋଇସାରିଥିତ୍ବା କଂଗ୍ରେସ ବିଧାୟକ ରାମଚନ୍ଦ୍ର ଦାଙ୍ଗି ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଟିକାଦାନ ସଂଖ୍ୟା ନେଇ ରାଜ୍ୟ ସରକାର ଲୋକଙ୍କୁ ଭ୍ରମାତ୍ମକ ସୂଚନା ଦେଉଥିବା ସେ ଅଭିଯୋଗ କରିଛନ୍ତି।

Share