ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏପରି କୁହାଯାଇ ପାରିବ ବୋଲି ସେ କହିଛନ୍ତି। ଗତ ୧୦ ଦିନ ମଧ୍ୟରେ ଏଠାରେ ୫୦ ହଜାର ୬୧୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅକ୍ଟୋବର ୨୫ରୁ ନଭେମ୍ବର ୩ ମଧ୍ୟରେ ଏସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦିନ ପିଛା ହାରାହାରି ୫ ହଜାର ୬୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୩୯୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ଏଠାରେ ୬ ହଜାର ୭୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୩ ହଜାର ୬୧୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୬୫୨ ଛୁଇଁଛି। ବିଭିନ୍ନ ହସ୍ପିଟାଲରେ ୬ ହଜାର ୮୦୦ ଶଯ୍ୟାରେ କରୋନ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ୯ ହଜାର ଶଯ୍ୟାକୁ ଖାଲି ରହିଥିବା ସେ କହିଛନ୍ତି। ଦିଲ୍ଲୀରେ ସମ୍ପ୍ରତି ୩୬ ହଜାର ୩୭୫ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ୩ ଲକ୍ଷ ୬୦ ହଜାର ୬୯ ଆକ୍ରାନ୍ତ ସୁସ୍ଥ ହେବା ପରେ ଘରକୁ ଫେରିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share