ନୂଆଦିଲ୍ଲୀ, ୨୯।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଏଠାରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାର ଅନୁମାନ କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି କି ନାହିଁ ସେଥିପାଇଁ ଏକ ସପ୍ତାହ ଅନୁଧ୍ୟାନ କରାଯିବାପରେ ଏସମ୍ପର୍କିତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ଦେଶରେ କରୋନା ସଂକ୍ରମଣ ହାର କମୁଥିବାବେଳେ ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଛନ୍ତି।