ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସଂସଦର ଶରତ ଅଧିବେଶନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଶୀତ ଅଧିବେଶନ ପାଇଁ ବର୍ତ୍ତମାନ ସୁଦ୍ଧା ଲୋକ ସଭା ବାଚସ୍ପତି ଓମ୍‌ ବିରଳା ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କେୟା ନାଇଡୁଙ୍କ ମଧ୍ୟରେ ଔପଚାରିକ ଭାବେ ଆଲୋଚନା ମଧ୍ୟ ଆରମ୍ଭ ହୋଇ ନାହିଁ। ଅପରପକ୍ଷରେ ଅଧିବେଶନ ଟାଳିବାକୁ ସଚିବାଳୟ ଅଧିକାରୀଙ୍କ ପାଖକୁ ପ୍ରସ୍ତାବ ପଠାଇ ଦିଆଯାଇଛି। ଶୀତ ଅଧିବେଶନକୁ ଜାନୁୟାରୀରେ ହେବାକୁଥିବା ବଜେଟ ଅଧିବେଶନ ସହିତ ମିଳିତ କରାଯିବ ବୋଲି ଅନୁମାନ କରାଯାଉଛି।

Share