କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ

ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଛି। ଚିକିତ୍ସା ଅଧିକାରୀ ଡାକ୍ତର ଏଲିନ୍‌ ଡେ ବିଲା କହିଛନ୍ତି ଯେ, କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି। ଏହା ପୂର୍ବରୁ ଟୋରଣ୍ଟୋ ଏଭଳି ସଂକ୍ରମଣ ଘଟି ନ ଥିବା ସେ କହିଛନ୍ତି। କରୋନା ଭୁତାଣୁର ନୂଆ ଷ୍ଟ୍ରେନ୍‌ ୩ ଗୁଣା ଅଧିକ ବେଗରେ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍କୁଲ କଲେଜ ବନ୍ଦ କରାଯାଇ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିବ। ଏଠାରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ରହୁଥିବାରୁ ପ୍ରଶାସନ କରୋନା ମାର୍ଗଦର୍ଶିକା ପାଳନ ଉପରେ ଗୁରୁତ୍ୱାରୋପ କରିବା ସହିତ କଡ଼ା କଟକଣା ଘୋଷଣା କରିଛି।

Share