ହାଇଦ୍ରାବାଦ, ୩୧।୭: କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ କରୋନା ଚିକିତ୍ସା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମୂଲ୍ୟ ନିର୍ଦ୍ଧାରିତ କରିସାରିଛନ୍ତି। ମାତ୍ର ବେସରକାରୀ ହସ୍ପିଟାଲଗୁଡିକରେ କରୋନା ରୋଗୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରାଯାଉଛି। ଏମିତି ଏକ ଘଟଣା ହାଇଦ୍ରାବାଦର ଏକ ହସ୍ପିଟାଲରେ ଘଟିଥିବା ଜଣାପଡ଼ିଛି। ଏଠାରେ ଏକ ପରିବାର କରୋନା ଚିକିତ୍ସା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ସତ୍ତ୍ୱେ ୩ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ହାଇଦ୍ରାବାଦର ସୋମାଜିଗୁଡ଼ର ଡେକନ ହସ୍ପିଟାଲରେ ସତ୍ୟନାରାୟଣ ରେଡ୍ଡିଙ୍କ ସମେତ ପରିବାରର ୩ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଚିକିତ୍ସାଧୀନ ଅମସ୍ଥାରେ ୩ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏ ନେଇ ପରିବାରଙ୍କ କହିବା କଥା ହେଲା, ୩ ସଦସ୍ୟଙ୍କ ଚିକିତ୍ସା ପାଇଁ ସେମାନେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ମାତ୍ର ୩ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଯେତେବେଳେ ପରିବାର ଲୋକ ଆହୁରି ୮.୫ ଲକ୍ଷ ଟଙ୍କା ଦେବାକୁ ମନା କରିଦେଲେ, ହସ୍ପିଟାଲ ପ୍ରଶାସନ ରେଡ୍ଡିଙ୍କ ମୃତଦେହ ପରିବାରକୁ ଦେବାକୁ ମନା କରିଦେଇଥିଲା। ସ୍ଥାନୀୟ ଲୋକେ ଏହାର ବିରୋଧ କରିବା ପରେ ୨ ଲକ୍ଷ ଟଙ୍କା ଦେବା ପରେ ହସ୍ପିଟାଲ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର କରିଥିଲେ। ଏ ନେଇ ରେଡ୍ଡିଙ୍କ ପୁଅ ଉକ୍ତ ହସ୍ପିଟାଲ ଉପରେ ଅଭିଯୋଗ ଆଣିଛନ୍ତି।