କରୋନା ସଂକ୍ରମଣ: ଦେଶରେ ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୧୭।୭: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି। ଏହି ମାହାମାରୀକୁ ରୋକିବାକୁ ଏବେ ସାରା ଦେଶରେ ପାଖାପାଖି ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ ରହିଥିବା ଜଣାପଡିଛି। ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ଲୋକ କ୍ୱାରାଣ୍ଟାଇନରେ ଥିବା କହିଛନ୍ତି ସରକାରୀ ଅଧିକାରୀ। ତେବେ ଉତ୍ତର ପ୍ରଦେଶରେ ୧୧ଲକ୍ଷରୁ ଅଧିକ ଓ ମହାରାଷ୍ଟ୍ରରେ ୭.୨୭ଲକ୍ଷ ଲୋକ କ୍ୱାରାଣ୍ଟାଇନରେ ଥିବା ଜଣାପଡିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାରା ଦେଶରେ ପାଖାପାଖି ୩୧.୬ଲକ୍ଷ ଲୋକ କ୍ୱାରାଣ୍ଟାଇନରେ ରହିଛନ୍ତି।

Share