ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍‌

ଲଣ୍ଡନ,୧୩।୭: ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍‌। ବ୍ରିଟେନର ଇମ୍ପେରିୟଲ୍‌ କଲେଜ୍‌ ଲଣ୍ଡନର ପ୍ରଫେସର ବେଣ୍ଡି ବାର୍କଲୀ ଏହି ସୂଚନା ଦେଇଛନ୍ତି। କରୋନା ଭାଇରସ୍‌ ବାୟୁ ଦ୍ୱାରା ସଂକ୍ରମଣ ସୃଷ୍ଟି କରେ। କୌଣସି ଏକ ଛୋଟ ବୁନ୍ଦାରୁ ମଧ୍ୟ ସଂକ୍ରମଣ ବ୍ୟାପିବାର କ୍ଷମତା ରଖେ। ଏକ ଅନୁସନ୍ଧାନରୁ ଜଣାପଡିଛି ବାୟୁରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ରହିପାରେ ବୋଲି ବାର୍କଲୀ କହିଛନ୍ତି। ଏହାପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବାୟୁରେ କରୋନା ଭାଇରସ୍‌ ବ୍ୟାପୁଥିବା ସ୍ବୀକାର କରିଥିଲା। ସାଧାରଣତଃ ନାକ ଏବଂ ପାଟିରୁ ଆସୁଥିବା ଭାଇରସ୍‌ ସଂସ୍ପର୍ଶରେ ଆସିଲେ କରୋନା ବ୍ୟାପିଥାଏ। କେବଳ ଯେ ଝିଙ୍କିବା ଏବଂ କଫ ଦ୍ୱାରା କରୋନା ବ୍ୟାପେ ତାନୁହେଁ କୌଣସି ବ୍ୟକ୍ତି ସହ କଥାବାର୍ତ୍ତା ହେବା ସମୟରେ ମଧ୍ୟ ଏହି ଭାଇରସ୍‌ ବାହାରକୁ ଆସିବାର ସମ୍ଭାବନା ଥାଏ।

Share