ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମରେ ଶନିବାର ଅପରାହ୍ନରେ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି।
ପ୍ରକାଶ ଯେ, ଚିହ୍ନଟ ହୋଇଥିବା ୨୯୪ ଆକ୍ରାନ୍ତ ମଧ୍ୟରୁ ୨୨୪ଜଣ ଆକ୍ଟିଭ୍ କେସ୍ ଥିବା ବେଳେ ୬୮ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିଭଳି ୨ଜଣଙ୍କ ମୃତ୍ୟୁ ଘଟିଛି।