ନୂଆଦିଲ୍ଲୀ,୧୪।୪: ପୁଣି ଡରାଇ ଚାଲିଛି କରୋନା ସଂକ୍ରମଣ। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ପଡିଗଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୧୧ ହଜାର ୧୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ କରୋନାର ଆକ୍ଟିଭ ମାମଲା ୪୯ ହଜାର ଅତିକ୍ରମ କରିଯାଇଛି।
କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଅନୁମାନ ଲଗାଯାଉଛି କି ଗୋଟିଏ ଦିନରେ ଅର୍ଥାତ୍ ୧୩ ଏପ୍ରିଲରେ ଆସିଥିବା ସଂଖ୍ୟାରେ ୧ ହଜାର ନୂଆ ସଂକ୍ରମିତ ଯୋଡି ହୋଇଯାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୩ ଏପ୍ରିଲରେ ଜାରି କରାଯାଇଥିବା ସଂଖ୍ୟା ଅନୁଯାୟୀ, ଦେଶରେ କରୋନାର ୧୦,୧୫୮ ମାମଲା ସାମ୍ନାକୁ ଆସିଛି। କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଲାଣି। ଏହର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୨ ଏପ୍ରିଲରେ ଦେଶରେ ମୋଟ ୭,୮୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକୁ ଦିନ ଏହା ବୃଦ୍ଧି ପାଉଛି।