Categories: ଜାତୀୟ

ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ମୋଦିଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇଛି। କିଛି ରାଜ୍ୟରେ ବେଡ୍‌ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ଦିଲ୍ଲୀରେ ପରସ୍ଥିତି ଗମ୍ଭୀର ଥିବା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ ରବିବାର କହିଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ହସ୍ପିଟାଲରେ ଚିକିତ୍ସା ପାଇଁ ବେଡ୍‌ର ଅଭାବ ଦେଖାଯାଇଛି। କେଜ୍‌ରିଓ୍ବାଲ କହିଛନ୍ତି, ଆମ ପାଖରେ ୧୦୦ରୁ କମ୍‌ ଆଇସିୟୁ ବେଡ୍‌ ରହିଛି। ଦିଲ୍ଲୀରେ କରୋନା ବିଗୁଡୁଥିବା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଥିତିର ଗମ୍ଭୀରତାକୁ ଦେଖି ଆପଣଙ୍କୁ ଅନୁରୋଧ କରୁଛି କି କେନ୍ଦ୍ର ସରକାର ହସ୍ପିଟାଲରେ ଅତିକମ୍‌ରେ ୭ ହଜାର ବେଡ୍‌ କରୋନା ପାଇଁ ରିଜର୍ଭ ରଖନ୍ତୁ। ସେ ଲେଖିଛନ୍ତି, ଦିଲ୍ଲୀରେ ଅକ୍ସିଜେନ୍‌ ସିଲିଣ୍ଡର ବି କମ୍‌ ହେବାକୁ ବସିଲାଣି ତେଣୁ ତୁରନ୍ତ ଅକ୍ସିଜେନ୍‌ ଯୋଗାଇ ଦିଆଯାଉ ବୋଲି ସେ ଚିଠିଲେ ଉଲ୍ଲେଖ କରିଛନ୍ତି।

Share