Categories: ଜାତୀୟ

ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୧,୪୦୬ରୁ ଅଧିକ ନୂଆ ଆକ୍ରାନ୍ତ, ୮୩୬ ମୃତ

ନୂଆଦିଲ୍ଲୀ,୨୪।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୪୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ଦେଶରେ ୮୩୬ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୩୧ ଲକ୍ଷ ୬ ହଜାର ୩୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ଲକ୍ଷ ୩୮ହଜାର ୫୪୨ ଜଣ ସୁସ୍ଥ ହୋଇଥିବା ବେଳେ ୫୭ ହଜାର ୫୪୨ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶରେ ୭ ଲକ୍ଷ ୧୦ ହଜାର ୭୭୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share