ଦେଶରେ ସାମାନ୍ୟ କମିଲା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୫୦ହଜାରରୁ ଉର୍ଦ୍ଧ୍ୱ ଚିହ୍ନଟ, ୮୦୪ ମୃତ

ନୂଆଦିଲ୍ଲୀ,୧୨।୨: ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମୁଥିବା ବେଳେ କରୋନା ଗ୍ରାଫ୍‌ ତଳକୁ ଖସିଛି। ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଅପେକ୍ଷା ଶନିବାର କମ୍‌ ରହିଛି। ଶୁକ୍ରବାର ଦେଶରେ ୫୮ହଜାର ୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୫୦ହଜାର ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୦୪କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୭ହଜାର ୯୮୧ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ୍‌ ୩.୪୮ ରହିଛି। ସୂଚନାମୁତାବକ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୬ଲକ୍ଷ ୧୦ହଜାର ୪୪୩ ରହିଥିବା ବେଳେ ୪କୋଟି ୧୪ଲକ୍ଷ ୬୮ହଜାର ୧୨୦ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୭୨ କୋଟି ୨୯ଲକ୍ଷ ୪୭ହଜାର ୬୬୮ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ କେବଳ ଶୁକ୍ରବାର ୪୬ଲକ୍ଷ ୮୨ହଜାର ୬୬୨ ଲୋକଙ୍କୁ ଟିକା ଦିଆଯାଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share