Categories: ଜାତୀୟ

ବର-କନ୍ୟାଙ୍କ ସହ ସେଲ୍‌ଫି ନେଉଥିଲେ କରୋନା ସଂକ୍ରମିତ: ପରେ ଘଟିଲା ଏମିତି

ଭୋପାଳ,୭।୫: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଦେଇଛି। ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ସହ ବଢିବାରେ ଲାଗିଛି। ଏହାସତ୍ତ୍ୱେ କିଛି ଲୋକ ସଚେତନ ନ ହୋଇ ବଜାର ଘାଟରେ ଭିଡ ଜମାଉଛନ୍ତି। ମଧ୍ୟପ୍ରଦେଶରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଭୁଲ୍‌ ସାରା ଗ୍ରାମକୁ ଭୋଗିବାକୁ ପଡିଛି। ନିବାଡୀ ଜିଲାର ଲୁହରଗୁଭା ଗ୍ରାମର ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ହେବାର ୮ ଦିନ ପର୍ଯ୍ୟନ୍ତ ଏକଥା ଲୁଚାଇ ରଖିଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ ସେ ଏକ ବିବାହ ସମାରୋହରେ ସାମିଲ ହୋଇ ବର-କନ୍ୟାଙ୍କ ସହ ଫଟୋ ଉଠାଇଥିଲେ। ଏହି କାରଣରୁ ଏବେ ଗଁାରେ ପ୍ରାୟରେ ୩୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ସୂଚନାଯୋଗ୍ୟ, ଲୁହରଗୁଭା ଗ୍ରାମର ୨୭ ବର୍ଷୀୟ ଯୁବକଙ୍କ ଏପ୍ରିଲ ୨୭ରେ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କ କ୍ୱାରାଣ୍ଟାଇନ୍‌ର ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ନ ମାନି ଚାରିଆଡେ ବୁଲିଥିଲେ।

 

Share