Categories: ଜାତୀୟ

ପୁଣି ଡରାଇଲାଣି କରୋନା, ସଂକ୍ରମଣ ବଢିଲେ କାମ ଦେବନି ଟିକା

ନୂଆଦିଲ୍ଲୀ,୨୦।୮: ବୈଜ୍ଞାନିକମାନେ ଦେଶରେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ଦେଶରେ ଏହି ଭାରିଆଣ୍ଟରେ ପୀଡିତ ରୋଗୀଙ୍କୁ ଦେଖିବାକୁ ମିଳିଛି। ଆମେରିକା, ଇଂଲଣ୍ଡ ଏବଂ ଇସ୍ରାଏଲରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଛି। ଏଥି ସହିତ ଡେନମାର୍କରେ ତିନିଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ହ୍ୟୁଷ୍ଟନ ମେଥୋଡିଷ୍ଟ ହସ୍ପିଟାଲର ଡାଇଗ୍ନୋଷ୍ଟିକ ମାଇକ୍ରୋବିଓଲୋଜି ବିଭାଗର ନିର୍ଦ୍ଦେଶକ ଡକ୍ଟର ଏସ ୱେସଲି ଲଙ୍ଗ କହିଛନ୍ତ, ଏହି ଭାରିଆଣ୍ଟ ଭବିଷ୍ୟତରେ ବିପଜ୍ଜନକ ରୂପ ନେଇପାରେ। ତେବେ ଏହାକୁ ନେଇ କରୋନା ମହାମାରୀର ଏକ ନୂଆ ଲହର ଆସିବ ବୋଲି ଅନୁମାନ କରାଯାଉଛି। ଆଉ ସେହି ସମୟରେ କରୋନା ପାଇଁ ବର୍ତ୍ତମାନ ଦିଆଯାଉଥିବା ଟିକା ପ୍ରଭାବଶାଳୀ ହେବ ନାହିଁ।

Share