କରୋନା ନୁହେଁ ଶେଷ ମହାମାରୀ, ବିଶ୍ୱବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ: ଡବ୍ଲୁଏଚ୍‌ଓ

ଜେନେଭା,୨୭ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସିୟସ ବିଶ୍ୱବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ବିଶ୍ୱ ପାଇଁ ଶେଷ ମହାମାରୀ ନୁହେଁ । ତେଣୁ ଆଗକୁ ଆସୁଥିବା ସଙ୍କଟ ସମୟକୁ ଲକ୍ଷ୍ୟ କରି ବିଶ୍ୱବାସୀ ପ୍ରସ୍ତୁତ ରହିବା ଦରକାର । ରବିବାର ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମହାମାରୀ ପ୍ରସ୍ତୁତି ଦିବସ ଅବସରରେ ଏକ ଭିଡିଓ ବାର୍ତ୍ତା ଜାରି କରି ଟେଡ୍ରୋସ୍ କହିଥିଲେ ମହାମାରୀକୁ ନେଇ ଅତ୍ୟଧିକ ଅର୍ଥ ବ୍ୟୟ କରିବା, ହେଲେ ଆଗକୁ ଆସୁଥିବା ମହାମାରୀ ପାଇଁ ସତର୍କ ନ ରହିବା ବୋକାମିର ପରିଚୟ । ଏବେ କୋଭିଡ ମହାମାରୀ ଠାରୁ କିଛି ଶିଖିବାର ସମୟ । ସେ କହିଛନ୍ତି ଯେତେବେଳେ ଆମେ ଗୋଟିଏ ପ୍ରକୋପ ଉପରେ ଅର୍ଥ ବ୍ୟୟ କରି ଚାଲିଛେ ଆଉ ଯେତେବେଳେ ଏହା ଶେଷ ହୋଇ ଯାଉଛି ସେତେବେଳେ ଆମେ ତାକୁ ଭୁଲି ଯାଉଛେ । ହେଲେ ଏହା ପରବର୍ତ୍ତି ପରିସ୍ଥିତି କଥା ବିଚାର କରୁନେ ଯାହା ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି । ସେ ଆହୁାରି ମଧ୍ୟ ଚେତାଇ ଦେଇଛନ୍ତି କି ୨୦୧୯ ସେପ୍ଟେମ୍ବରରେ ଏକ ବାର୍ଷିକ ରିପୋର୍ଟରେ ମହାମରୀ ପାଇଁ ବିଶ୍ୱ ପ୍ରସ୍ତୁତ ନ ଥିବା ଦର୍ଶାଇଥିଲା । ଆଉ ଏହା ପରେପରେ ହିଁ କରୋନା ଭଳି ମହାମରୀ ଦେଖା ଦେଇଥିଲା । ତେଣୁ ଇତିହାସ ଆମକୁ କହୁଛି ଏହା ଶେଷ ମହାମାରୀ ନୁହେଁ । ଆଗାମୀ ଦିନ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ।

Share