Categories: ଜାତୀୟ

କରୋନା ଯୋଗୁ ଅତି ଗରିବ ହେବେ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ !

ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ବିଗିଡି ଯାଇଛି। ବିଶେଷ କରି ଗରିବ ଦେଶ ଗୁଡିକର ଅବସ୍ଥା ଅତ୍ୟଧିକ ଖରାପ ହୋଇ ଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡାଭିସ ମାଲପାସ କହିଛନ୍ତି କରୋନା ଭାଇରସ ଯୋଗୁ ସାରା ବିଶ୍ୱରେ ୧୦ କୋଟିରୁ ଅଧିକ ଲୋକେ ଅତ୍ୟନ୍ତ ଗରିବ ଭାବେ ଜୀବନ କାଟିବାକୁ ବାଧ୍ୟ ହେବେ। ଏହାସହ ବିଶ୍ୱ ବ୍ୟାଙ୍କ ଆହୁରି ମଧ୍ୟ ଚେତାବନୀ ଦେଇଛି କି ଯଦି ଏହି ମହାମାରୀ ଅଧିକ ଦିନ ରୁହେ ତେବେ ଏହା ଆହୁରି ଖରାପ ପରିସ୍ଥିତି ସୃଷ୍ଟି କରିବ। ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ମାଲପାସ ତାଙ୍କର ଏକ ରିପୋର୍ଟରେ ଅନୁମାନ କରି କହିଥିଲେ କି କରୋନା ଯୋଗୁ ୬ କୋଟି ଲୋକ ଅତ୍ୟନ୍ତ ଗରିବ ଶ୍ରେଣୀକୁ ଚାଲିଯିବେ। ତେବେ ବିଶ୍ୱରେ କରୋନା ମହାମାରୀ ଯେଉଁ ଅନୁପାତରେ ବୃଦ୍ଧି ପାଉଛି ଏବେ ଏହାକୁ ଦେଖି ମାଲପାସ କହିଛନ୍ତି ଏହା ଆହୁରି ବୃଦ୍ଧି ପାଇପାରେ। ଏହାର ସମାଧାନ ପାଇଁ କିଛି ଧନୀ ଦେଶ ଆଗକୁ ଆସିଲେ ଏପରି ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଏହି ସମୟରେ ଧନୀ ଦେଶଗୁଡିକ ଗରିବ ଦେଶକୁ ଶୋଷଣ କରିବାର ସମ୍ଭାବନା ମଧ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି।

Share