Categories: ଜାତୀୟ

ଏତିକି ଟଙ୍କାରେ ମିଳିବ ନାଜାଲ ଟିକା

ନୂଆଦିଲ୍ଲୀ,୨୭।୧୨: କରୋନାକୁ ନେଇ ଭାରତ ସରକାର ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ଭାରତ ବାୟୋଟେକର ନାଜାଲ ଭାକ୍ସିନ ଇନକୋଭାକକୁ ଅନୁମୋଦନ କରିଥିଲେ। ଖୁବ ଶୀଘ୍ର ଏହି ଟିକା ବଜାରରେ ଉପଲବ୍ଧ ହେବ। ସୂଚନା ଅନୁଯାୟୀ ନାସାଲ ଭାକ୍ସିନ ମୂଲ୍ୟ ଏକ ହଜାର ଟଙ୍କା ହୋଇପାରେ। ଏଥିରେ ଟିକାର ମୂଲ୍ୟ ୮୦୦ ଟଙ୍କା ହେବ। ଏଥି ସହିତ ଜିଏସ୍‌ଟି ଏବଂ ହସ୍ପିଟାଲ ଚାର୍ଜ ସମେତ ଏହା ୧୦୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ।
ବିଶ୍ୱରେ କୋଭିଡ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ନାଜାଲ ଭାକ୍ସିନକୁ ଭାରତ ସରକାର ନିକଟରେ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହା ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇଞ୍ଜେକଶନରେ ଦିଆଯାଉଥିବା ଭାକ୍ସିନ ତୁଳନାରେ ନାଜାଲ ଭାକ୍ସିନ ଭଲ ବୋଲି ବିବେଚନା କରାଯାଉଛି।
ଇଞ୍ଜେକ୍ଶନରେ ଟିକା ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ନାଜାଲ ଭାକ୍ସିନ ସହାୟକ ହେବ। ଏହାକୁ ଗଚ୍ଛିତ ରଖିବା ଓ ବଣ୍ଟନ କରିବା ସହ। ଏହି ଟିକା ନଷ୍ଟ ହେବା ସମ୍ଭାବନା କମ। ଭୂତାଣୁର ପ୍ରବେଶ ପଥ ନାକରେ ଟିକା ଦିଆଯାଉଥିବାରୁ ଏହା ଉପଯୁକ୍ତ ସୁରକ୍ଷା ଯୋଗାଇପାରିବ ବୋଲି କୁହାଯାଇଛି।

Share