ଲକଡାଉନ ନିୟମ ଭାଙ୍ଗି ହଜାର ହଜାର ଗିରଫ, ଗୋଟିଏ ଦିନରେ ୨୩ହଜାର ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ବେଜିଂ,୧୬ ।୪: ଚାଇନାରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଜିରୋ କୋଭିଡ ନୀତିକୁ ନେଇ ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡିଲେଣି । ସୋସିଆଲ ମିଡିଆରେ ଅନେକ ଲୋକ ଏମିତି ବଞ୍ଚିବା ଅପେକ୍ଷା ମୃତ୍ୟୁ ଭଲ ବୋଲି କହୁଛନ୍ତି । ହେଲେ ସରକାରଙ୍କ ନିୟମରେ କୌଣସି ପରିବର୍ତ୍ତନ କରାଯାଉନାହିଁ । ତେଣୁ କୋଭିଡ ନିୟମ ଉଲ୍ଲଂଘନ କରିଥିବା ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । କିନ୍ତୁ ଏହାର ସଂଖ୍ୟା କେତେ ତହା ସ୍ପଷ୍ଟ କରାଯାଇ ନାହିଁ ।
ଇତି ମଧ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ(ଏନଏଚସି)ର ସୂଚନା ଅନୁଯାୟୀ, ଗୋଟିଏ ଦିନ ମଧ୍ୟରେ ସାଂଘାଇ ସହରରେ ୨୩,୦୦୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ବୁଧବାର ଏହି ସଂଖ୍ୟା ୨୭,୦୦୦ ଥିଲା । ମହାମାରୀ ଆରମ୍ଭ ହେବା ପରେ ଉହାନ ପରେ ସାଂଘାଇ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟାର ସୂଚନା ମିଳିଥିବା ବେଳେ ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ ରହିଛି । ସହରର ପାଖାପାଖଇ ୨.୫ କୋଟି ଲୋକ ଲକଡାଉନ ମଧ୍ୟରେ ରହିଛନ୍ତି ।

Share