ଚାଇନାର ୩୧ ରାଜ୍ୟରେ କରୋନା ସଂକ୍ରମଣ, ୫ ସହରରେ ଲକ୍‌ଡାଉନ୍‌…

ବେଜିଂ, ୩୧।୩ : ପୁଣି ୨ ବର୍ଷ ପରେ ଚାଇନାକୁ କରୋନା ଫେରିଛି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚାଇନାରେ ଲାଗୁ କରାଯାଇଥିବା ଶୂନ କୋଭିଡ ନୀତି ଏକ ବିଫଳତା ବୋଲି ପ୍ରମାଣିତ ହେଉଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୨ ହଜାର ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ଚାଇନାର ଆର୍ଥିକ ରାଜଧାନୀ ସାଂଘାଇ ସମେତ ୫ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଚାଇନାର ପ୍ରାୟ ୧୨,୦୦୦ ସରକାରୀ ହସ୍ପିଟାଲରେ ନୂଆ ଆକ୍ରାନ୍ତଙ୍କ ପାଇଁ ଆଉ ବେଡ୍‌ ନାହିଁ। କରୋନାର ପ୍ରଥମ ଲହର ସମୟରେ ଚାଇନାରେ କଡା ଲକଡାଉନ ଲାଗୁ ହୋଇଥିଲା। ଏହା ଅନ୍ତର୍ଗତ ଗୋଟିଏ ମାମଲା ଚିହ୍ନଟ ହେଲେ ସମଗ୍ର ସହରରେ ଲକ୍‌ଡାଉନ୍‌ ଘୋଷଣା କରା ଯାଇଥିଲା। ଏଭଳି ପରିସ୍ଥିତିରେ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିଥିଲା।

ଚାଇନାରେ, ୮୮ ପ୍ରତିଶତରୁ ଅଧିକ ଜନସଂଖ୍ୟାଙ୍କୁ କରୋନା ଟିକାର ଉଭୟ ଡୋଜ୍‌ ଦିଆଯାଇଛି। କିନ୍ତୁ ଏହା ସତ୍ତ୍ୱେ ଚାଇନାର କେବଳ ୫୨ ପ୍ରତିଶତ ବୃଦ୍ଧ ବ୍ୟକ୍ତି, ଅର୍ଥାତ୍‌ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଉଭୟ ଡୋଜ ନେଇଛନ୍ତି।

Share