Categories: ଜାତୀୟ

ମୁମ୍ବାଇରେ ପୁଣି ବଢିଲା କରୋନା ସଂକ୍ରମଣ

ମୁମ୍ବାଇ,୧।୬: ମୁମ୍ବାଇରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଫେବୃଆରୀ ୧ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଫେବୃଆରୀ ୧ରେ ମୁମ୍ବାଇରୁ ୮୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ମହାମାରୀ କରୋନା ୮.୪୦%ରେ ପହଞ୍ଚି ଯାଇଛି। ଗତକାଲି ମୁମ୍ବାଇରେ ଟେଷ୍ଟ ପଜିଟିଭିଟି ରେଟ ୬%ରେ ଥିବା ବେଳେ ଆଜି ଏହା ୮.୪୦% ପହଞ୍ଚିଛି। ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି) ପକ୍ଷରୁ ଏନେଇ ଗୋଟିଏ ବୁଲେଟିନ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Share