୭୦% ଟିକାକରଣ ପରେ ମଧ୍ୟ ଥମୁନି ଦୈନିକ ସଂକ୍ରମଣ

ୱାଶିଂଟନ,୭।୮: ଆମେରିକା ମହାମାରୀ କରୋନା ବିରୋଧରେ ଲଢେଇ ଜାରି ରଖିଛି। ଏନେଇ ଟିକାକରଣକୁ ଦେଶରେ ଜୋରଦାର କରାଯାଉଛି। ଆମେରିକାରେ ୭୦% ଲୋକଙ୍କୁ ଟିକା ଦିଆଗିଲାଣି। ହେଲେ ଏବେ ବି ଦେଶରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷରେ ପହଞ୍ଚିଛି। କରୋନାର ଡେଲ୍ଟା ଭାରିଏଣ୍ଟ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।

କାରଣ ଏହି ଭାରିଏଣ୍ଟ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ କ୍ଷୀପ୍ର ଗତିରେ ସଂକ୍ରମିତ କରିବାର କ୍ଷମତା ରଖିଛି। ଜୁନ ମାସରେ ଆମେରିକାରେ ଦୈନିକ ହାରାହାରି ୧୧ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲେ। କିନ୍ତୁ ଅଗଷ୍ଟରେ ଦୈନିକ ସଂକ୍ରମଣ ୧,୦୭,୧୪୩ରେ ପହଞ୍ଚିଛି । ଏହା ଜୋ ବାଇଡେନ ସରକାରଙ୍କ ଚିନ୍ତା ବଢାଇଛି।

Share