ରାଜଧାନୀରେ କରୋନା ସଂକ୍ରମଣ ଉପରମୁହାଁ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଗ୍ରାଫ୍‌ ଦିନକୁ ଦିନ ବଢି ଚାଳିଛି। ଭୁବନେଶ୍ୱରରୁ ଗୋଟିଏ ଦିନରେ ୩୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୦୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୭୦ ସଂକ୍ରମିତ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୧୪ଜଣ ରହିଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଣାଭୁବନେଶ୍ୱରରୁ(ଓଲ୍ଡ ଟାଉନ) ସର୍ବାଧିକ ୧୭ଜଣ ରହିଛନ୍ତି। ନୟାପଲ୍ଲୀରୁ ୧୫ଜଣ ଚିହ୍ନଟ ହୋଇଥିବା ବେଳେ ପଟିଆରୁ ୧୩, ଖଣ୍ଡଗିରିରୁ ୧୧, ଚନ୍ଦ୍ରଶେଖରପୁରରୁ ୧୦ଜଣ ରହିଛନ୍ତି।

Share