ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜିଲାପାଳ ଓ ସିଡିଏମଓଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ଭ୍ୟାକ୍ସିନେଶନ ବଢ଼ାଇବା ଉପରେ ଫୋକସ ଦିଆଯାଉଛି । ଆବଶ୍ୟକସ୍ଥଳେ ହସ୍ପିଟାଲରେ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରଥମ ଓ ଦ୍ବିତୀୟ ଲହରର ଯେପରି ସଫଳ ମୁକାବିଲା କରାଯାଇଥିଲା, ଏବେ ସେହିଭଳି ପଦକ୍ଷେପ ନିଆଯାଉଛି।
ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ତଦାରଖ କରୁଛନ୍ତି । ଓଏମସିଏଲକୁ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ କୋଭିଡ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।