ସ୍କୁଲ ଖୋଲିବା ପରେ ୧୨ ରାଜ୍ୟରେ ପିଲାଙ୍କ ପାଖରେ ବଢିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨ ।୯: କରୋନା ମହାମାରୀର ପ୍ରଭାବ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପାଖାପାଖି ଦେଢ ବର୍ଷ ବା ୧୮ ମାସ ପରେ ଦେଶରେ ସ୍କୁଲ ଖୋଲିଛି । ଏହାକୁ ନେଇ ଶିକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ସମସ୍ତେ ଏକ ପ୍ରକାର ଖୁସିଥିବା ବେଳେ ଏଥିରେ କିନ୍ତୁ ବାଧା ପହଞ୍ଚାଇଛି କରୋନା । ଗତ ଦୁଇମାସର ସଂକ୍ରମଣକୁ ତୁଳନା କରି ଦେଖାଯାଇଛି କି ସ୍କୁଲ ଖୋଲିବା ପରେ ପ୍ରାୟ ୧୨ ରାଜ୍ୟରେ ଅଧିକାଂଶ ପିଲା କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶର କିଛି ରାଜ୍ୟରେ ପ୍ରାୟ ୧ ମାସ ହେବ ସ୍କୁଲ ଖୋଲିଲାଣି । ପଞ୍ଜାବ ଓ ବିହାରରେ ପ୍ରଥମେ ସ୍କୁଲ ଖୋଲିଥିବା ବେଳେ ଚଳିତ ମାସରେ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିଛି । ତେବେ ଗତ ୨ ମାସ ମଧ୍ୟରେ ପିଲାମାନଙ୍କଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ମଧ୍ୟ ହେଲାଣି ।

Share