ପିପିଇ କିଟ୍‌ ପିନ୍ଧି କରୋନା ପଜିଟିଭ୍‌ ସ୍ତ୍ରୀଙ୍କୁ ଭେଟିବାକୁ ହସ୍ପିଟାଲ ଗଲେ ସ୍ବାମୀ: ଘଟିଲା ଏମିତି କିଛି….

ଓ୍ବାସିଂଟନ୍‌, ୧୦।୮: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଥିଲେଳ ୯୦ ବର୍ଷୀୟ ସ୍ବାମୀ। ଏହାର କିଛି ସମୟ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ। ୩ ସପ୍ତାହ ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାଟି ଘଟିଛି ଆମେରିକାର ଫ୍ଲୋରିଡାରେ।
ସାମ ରେକ୍‌ଙ୍କ ସ୍ତ୍ରୀ ଜୋଏନ(୮୬) କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଜୁଲାଇ ୧୨ରେ ଜୋଏନଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସାମ୍‌ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ। ଅଗଷ୍ଟ ୧ରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଏ ନେଇ ସାମଙ୍କ ଝିଅ ହୋଲି ରେକ କୁହନ୍ତି, ହସ୍ପିଟାଲରେ ମା’ଙ୍କୁ ଭେଟିବାକୁ ଯାଇଥିବା ବେଳେ ବାପା ହୁଏତ କରୋନା କବଳରେ ଆସିଥାଇପାରନ୍ତି। ତେବେ ବାପାଙ୍କ ଜୀବନକୁ ବିପଦ ଥିବା ସେ ଜାଣି ମଧ୍ୟ ମା’ଙ୍କୁ ଦେଖାକରିବାକୁ ଚାହୁଁଥିଲେ ବୋଲି ହୋଲି କହିଛନ୍ତି।
ସ୍ତ୍ରୀକୁ ଶେଷ ଥର ପାଇଁ ଦେଖା କରିପାରିଥିବାରୁ ଏବଂ ତାଙ୍କ ହାତକୁ ଛୁଇଁ ପାରିଥିବାରୁ ମୁଁ ବହୁତ ଖୁସି ବୋଲି ପଜିଟିଭ ଜଣାପଡ଼ିବା ପରେ ସାମ୍‌ ଏପରି କହିଥିଲେ। ଏ ନେଇ ତାଙ୍କ ପୁଅ ସ୍କୁଟ ହୁପର ସୋସିଆଲ ମିଡିଆରେ ଲେଖିଜଣାଇଛନ୍ତି।

Share