ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..

ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩ ଲକ୍ଷ ୫୩ ହଜାର ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୮୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସାଧାରଣତଃ ଥଣ୍ଡା-ଜ୍ୱର ମଧ୍ୟ ଭାଇରସ୍‌ ଯୋଗୁ ହୋଇଥାଏ। କୋଭିଡ ପାଇଁ ଦାୟୀ ଭାଇରସକୁ ସାର୍ସ କୋଭ-୨(SARS-Cove-2) କୁହାଯାଏ। ଏବେ କେତେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ସାଧାରଣ ଥଣ୍ଡା-କାଶ ଭାଇରସ୍‌ କରୋନା ଭାଇରସ୍‌କୁ ମାନବ ଶରୀରରୁ ଧ୍ୱସଂ କରିପାରେ।
ଗ୍ଲାସଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଥଣ୍ଡା ପାଇଁ ଦାୟୀ ଥିବା ରହିନୋ ଭାଇରସ୍‌ କରୋନାକୁ ହରାଇବାରେ ସକ୍ଷମ। ବୈଜ୍ଞାନିକମାନେ କହିଛନ୍ତି ଯେ ଏପରି କିଛି ଭାଇରସ୍‌ ଅଛନ୍ତି ଯାହା ମାନବ ଶରୀରକୁ ସଂକ୍ରମିତ କରିବା ପାଇଁ ଅନ୍ୟ ଜୀବାଣୁ ସହିତ ଲଢେଇ କରନ୍ତି ଏବଂ ଏଥିରେ ସାଧାରଣ ଥଣ୍ଡା-କାଶ ଭାଇରସ୍‌ ମଧ୍ୟ ଅନ୍ତର୍ଭୁକ୍ତ। ତେଣୁ ବୈଜ୍ଞାନିକଙ୍କ ମତ ଅନୁସାରେ ରହିନୋ ଭାଇରସ୍‌ ମଣିଷ ଶରୀରରେ ଅଳ୍ପ ସମୟ ରହିଲେ ମଧ୍ୟ ଫାଇଦା ହୋଇଥାଏ। କିନ୍ତୁ ଏହା ଶରୀରରେ ଏମିତି ଭାବେ ବ୍ୟାପିଯାଏ ଯେ, ଏହାଦ୍ୱାରା କରୋନା ଭାଇରସ୍‌ ପ୍ରଭାବ କମ୍‌ କରିବାରେ ସହାୟକ ହୋଇଥାଏ। ଏହି ଅନୁସନ୍ଧାନରୁ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ, ଯଦି କରୋନା ସଂକ୍ରମଣର ପ୍ରଥମ ୨୪ ଘଣ୍ଟାରେ, ରହିନୋ ଭାଇରସ୍‌ ମଣିଷ ଶରୀରରେ ଭଲ ଭାବରେ ପ୍ରବେଶ କରିବାରେ ସକ୍ଷମ ହୁଏ, ତେବେ କରୋନା ଭାଇରସ୍‌ ଏହାର ପ୍ରଭାବ ଦେଖାଇବା ଅତ୍ୟନ୍ତ କଷ୍ଟକର ହେବ।

Share