ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ଏହିପରି ୨୧ ଜଣ ରୋଗୀଙ୍କୁ ନେଇ ପରୀକ୍ଷା କରିଥିଲେ, ଯେଉଁମାନଙ୍କ ପାଟିରେ ଏପରି ଲାଲ୍ ରଙ୍ଗର ଚିହ୍ନ ବା ଦାଗ ଥିଲା, ସେମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଅଧ୍ୟୟନ ଅନୁଯାୟୀ, ଏକ ତୃତୀୟାଂଶ ରୋଗୀ ଏନ୍ଥାମ୍ରେ ପୀଡ଼ିତ ଥିବା ଜଣାପଡ଼ିଛି। ସାଧାରଣତଃ ଏହି ରୋଗରେ ରୋଗୀର ପାଟିରେ ଘା’ ହୋଇଯାଏ। ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ। କାରଣ ପୂର୍ବରୁ କରୋନା ରୋଗୀଙ୍କଠାରେ ଚର୍ମରୋଗ ଦେଖାଦେଇଛି। ଏହାପୂର୍ବରୁ ଇଟାଲୀୟ ରୋଗୀମାନଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖାଯାଉଥିଲା। ବିଶେଷଜ୍ଞମାନେ ଏହା ମଧ୍ୟ ଜାଣିବାକୁ ପାଇଲେ କି, କରୋନା ରୋଗୀଙ୍କ ମଧ୍ୟରୁ ଯେଉଁମାନଙ୍କ ହାତ ଓ ପାଦରେ ଘା ’ହୋଇଛି, ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ମଧ୍ୟ ପାଟିର ଉପର ଭାଗରେ ଲାଲ୍ ରଙ୍ଗର ଚିହ୍ନ ଥିଲା।
ପ୍ରଥମ ଥର ପାଇଁ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯିବାର ପ୍ରାୟ ୧୨କିମ୍ବା ୧୪ ଦିନ ପରେ ରୋଗୀର ପାଟିରେ ଦାଗ ଦେଖାଯାଏ। ରେମନ୍ ଓ୍ବାଇ କାଜଲ୍ ୟୁନିଭରସିଟି ହସ୍ପିଟାଲ ଟିମ୍ କହିଛି ଯେ, ଡାକ୍ତରମାନେ କରୋନା ରୋଗୀଙ୍କ ପାଟି ମଧ୍ୟ ଯାଞ୍ଚ କରିବା ଉଚିତ ଯେ, ଏହି ଲକ୍ଷଣ ଅଛି କି ନାହିଁ। ଅନୁସନ୍ଧାନକାରୀମାନେ କହିଛନ୍ତି, ଅନେକ ଥର କରୋନା ରୋଗୀଙ୍କ ପାଟି ନିରାପତ୍ତା କାରଣରୁ ମଧ୍ୟ ପରୀକ୍ଷଣ କରାଯାଇନାହିଁ। କାରଣ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି।
ଏତଦ୍ବ୍ୟତୀତ ଜ୍ୱର, ଶୁଖିଲା ଚର୍ମ, ଥକ୍କା ଅନୁଭବ କରିବା, ଶରୀରର ଯନ୍ତ୍ରଣା, ନାକ ରୁନ୍ଧି ହୋଇଯିବା ବା ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଝାଡ଼ା ହେବା, ଗନ୍ଧ ବାରି ନ ପାରିବା, ସ୍ବାଦ ଜାଣି ନ ପାରିବା, ଚର୍ମରେ ଦାଗ ସୃଷ୍ଟି ହେବା, ଆଙ୍ଗୁଠିର ରଙ୍ଗ ପରିବର୍ତ୍ତନ ହେବା କରୋନାର ମୁଖ୍ୟ ଲକ୍ଷଣ।