କରୋନାର ନୂଆ ଲକ୍ଷଣ

ନୂୂଆଦିଲ୍ଲୀ,୧ ।୫: ଦେଶରେ କରୋନା ଗ୍ରାଫ ପୁଣି ବଢିବାରେ ଲାଗିଲାଣି । ଗତ ଦୁଇ ମାସ ହେବ କରୋନା ସଂକ୍ରମଣ କମ ହୋଇ ଯାଇଥିବା ବେଳେ ଏବେ ପୁଣି ଏହା ବଢି ଯାଇଛି । ଅଚାନକ ସଂକ୍ରମଣ ବଢିବା ଫଳରେ ଲୋକଙ୍କ ମଧ୍ୟରେ ଚିନ୍ତା ବି ବଢି ଯାଇଛି । ଏହାସହ ଏଥର କରୋନାରେ ଆଉ କିଛି ନୂଆ ଲକ୍ଷଣ ଦେଖାଯାଉଥିବା ବିଶେଷଜ୍ଞମାନେ କହୁଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୩,୩୨୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଥବା ସୂଚନା ରହିଛି । ରାଜଧାନୀ ଦିଲ୍ଲୀରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୧୫ଶହ ଅତିକ୍ରମ କରିଗଲାଣି ।
କରୋନାର ନୂଆ ଲକ୍ଷଣ ମଧ୍ୟରେ ରହିଛି ବାନ୍ତି ହେବା ଓ ପେଟ ଦରଜ । ଏହା ସବୁ ନୂଆ ଲକ୍ଷଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହାସହ ପୂର୍ବଭଳି ଥଣ୍ଡା, ଜ୍ୱର, ମୁଣ୍ଡବିନ୍ଧା , ଦୁର୍ବଳ ଲାଗିବା ବି କରୋନାର ଲକ୍ଷଣ ରହିଛି । ତେବେ ଶିଶୁମାନଙ୍କ ନିକଟରେ ବି ବାନ୍ତି ହେବା ଓ ପେଟ ଦରଜ ଭଳି ଲକ୍ଷଣ ଦେଖାଯାଉଛି । ଓମିକ୍ରନର ବିଏ.୨ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହେଲେ ପେଟ ସମସ୍ୟା ଅଧିକ ଦେଖାଯାଉଛି ।
ଏବେ କେହିବି କରୋନାର ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ସହ କରୋନା ଟେଷ୍ଟ କରାଇ ନେବା ଭଲ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାସହ କରୋନା ନିୟମ ପାଳନ କଲେ ଏହା ଅଧିକ ବ୍ୟାପିବ ନାହିଁ ବୋଲି କୁହାଯାଉଛି ।

Share