ମୁମ୍ବାଇରେ ୧୪୪ ଧାରା, ୭ ଜାନୁୟାରୀ ପର୍ଯ୍ୟନ୍ତ ହୋଇପାରିବନି କୌଣସି ପାର୍ଟି

ମୁମ୍ବାଇ,୩୦ ।୧୨: ଦେଶରେ ପୁଣି ବଢିଲାଣି କରୋନା ସଂକ୍ରମଣ । ଏଥର ବି ଆଗରେ ରହିଲାଣି ମହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ ସେଠାରେ ୨୫୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ୩୦ ଡିସେମ୍ବରରୁ ୭ ଜାନୁୟାର ପର୍ଯ୍ୟନ୍ତ ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି । ଏହାସହ କୌଣସି ପାର୍ଟି ଏହି ସମୟରେ ହୋଇ ପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ମଲ, ପବ, ରେସ୍ତୋରାଁ, ହୋଟେଲ, ବାର ସବୁ ବନ୍ଦ ରହିବ । ଏପଟେ ଓମିକ୍ରନ୍ ମାମଲାରେ ବି ମହାରାଷ୍ଟ୍ର କିଛି ପଛରେ ନାହିଁ । ଦିଲ୍ଲୀ ପରେ ମହାରାଷ୍ଟ୍ରର ନମ୍ବର ଆସୁଥିବାରୁ ଦେଶରେ କରୋନାର ତୃତୀୟ ଲହର ଆଶଙ୍କା କରି ସରକାର ନୂଆ ନିୟମ ଲାଗୁ କରିଛନ୍ତି ।

Share