Categories: ଜାତୀୟ

ଏକ ବିଦ୍ୟାଳୟରୁ ୩୨ ଛାତ୍ର କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୨୮ା୧୦): କର୍ନାଟକର ଏକ ବିଦ୍ୟାଳୟରୁ କରୋନା ମାମଲା ସାମ୍ନାକୁ ଆସିଛି। ଏଠାରେ ଅଧ୍ୟୟନ କରୁଥିବା ୩୨ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏତେ ସଂଖ୍ୟକ ଛାତ୍ର ସଂକ୍ରମିତ ହୋଇଥିବା ମାମଲା ଏପରି ସମୟରେ ଆସିଛି, ଯେତେବେଳେ ଅଧିକାଂଶ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି। କୋଡାଗୁ ଜିଲା ଡେପୁଟି କମିଶନର ଡ. ବିସି ସତୀଶ ସେହି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଯେଉଁଠାରେ ୩୨ ଛାତ୍ର କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। କୌଣସି ଛାତ୍ରଙ୍କଠାରେ କରୋନାର ଲକ୍ଷଣ ନ ଥିଲା। ମାତ୍ର ପଜିଟିଭ୍‌ ବାହାରିଛି। ସମସ୍ତ ଛାତ୍ରୀଛାତ୍ରଙ୍କୁ ଆଇସୋଲେଶନରେ ରଖାଯାଇଛି ଏବଂ ତଦାରଖ କରାଯାଉଛି।

ସୂଚନା ଅନୁଯାୟୀ, ୨୭୦ଜଣ ଛାତ୍ରଙ୍କ ମଧ୍ୟର ୩୨ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବାକି ଛାତ୍ରମାନଙ୍କୁ ଅଲଗା କରିବାକୁ କୁହାଯାଇଛି। ଏହି ମାମଲା କର୍ନାଟକର ମାଡିକେରୀର ଜବାହର ନବୋଦୟ ବିଦ୍ୟାଳୟର ଅଟେ। ତେବେ ଛାତ୍ରୀଛାତ୍ର ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଦ୍ୟାଳୟ ପ୍ରଶାସନ କହିଛି। ବର୍ତ୍ତମାନ ସ୍କୁଲ କର୍ମଚାରୀଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଉଛି।

Share