ପୁଣି ଡରାଇଲାଣି କରୋନା: ୧୩ ରାଜ୍ୟରେ ୨୪ ଘଣ୍ଟାରେ ୧୦,୫୮୪ ନୂଆରୋଗୀ, ୭୮ ମୃତ

ନୂଆଦିଲ୍ଲୀ,୨୩ ।୨: ଦେଶରେ କରୋନା ଭାଇରସ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାୟ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସୁସ୍ଥ ହାର ଅପେକ୍ଷା ନୂଆ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ମହାରାଷ୍ଟ୍ର, ପଞ୍ଜାବ, ଜମ୍ମୁ-କଶ୍ମୀର ଆଦିରେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦.୫୮୪ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହାସହ ୭୮ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ ଏବେ ସୁଦ୍ଧା କରୋନା ମହାମାରୀରେ ୧ କୋଟି ୧୦ ଲକ୍ଷ ୧୬ ହଜାର ୪୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧କୋଟି ୭ ଲକ୍ଷ ୧୨ ହଜାର ୬୬୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧ଲକ୍ଷ ୫୬ ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି । ତେବେ କରୋନାକୁ ହରାଇବାକୁ ଭ୍ୟାକ୍ସିନ ଆସିଯାଇଥିବା ବେଳେ ଦେଶରେ ପୁଣିଥରେ କରୋନା ଲେଉଟିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

Share