ଆମେରିକାରେ କରୋନା ସୁନାମୀ

ୱାଶିଂଟନ,୨୦ ।୧୨: ଆମେରିକାରେ କରୋନା ମହାମାରୀ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ଆମେରିକାରେ ୪ ଲକ୍ଷ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହାସହ ୨,୫୦୦ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ୟୁଏସ୍ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସିଡିସି) ତା’ର ରିପୋର୍ଟରେ କହିଛି ଯେ ଗତ ୨୪ ଘଣ୍ଟାରେ ଆମେରିକାରେ ୪ ଲକ୍ଷ ୩ ହଜାର ୩୫୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୧ ଡିସେମ୍ବରରେ ଆମେରିକାରେ ସବୁଠାରୁ ଅଧିକ ୨ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଏପର୍ଯ୍ୟନ୍ତ ବିଶ୍ୱର ସବୁ ଦେଶ ଅପେକ୍ଷା ଆମେରିକାରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Share