Categories: ଜାତୀୟ

୪ ମାସ ମଧ୍ୟରେ ଭାରତକୁ ମିଳିଯିବ କରୋନା ଟିକା, ଜାଣନ୍ତୁ କେତେ ରହିବ ଦାମ୍‌

ନୂଆଦିଲ୍ଲୀ,୨୦।୧୧: କରୋନା ଟିକା କେବେ ଆସିବ ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି। ବିଶ୍ୱର ଅନେକ ଦେଶ ଟିକା ପରୀକ୍ଷଣରେ ଲାଗିପଡିଛନ୍ତି। ସେହିପରି ଭାରତରେ ମଧ୍ୟ ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ତିଆରି କରିଥିବା କରୋନା ଟିକା ଭାରତକୁ କେବେ ମିଳିବ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହି ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି ଆଉ ୪ ମାସ ଅର୍ଥାତ୍‌ ୨୦୨୧ ମସିହା ଫେବୃଆରୀ ସୁଦ୍ଧା ଅକ୍ସଫୋର୍ଡ ଟିକା ଭାରତର ବୟସ୍କ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉପଲବ୍ଧ ହୋଇପାରିବ। ସହିପରି ସାଧାରଣ ଲୋକଙ୍କ ପାଖରେ ଏହା ଏପ୍ରିଲ ମାସ ସୁଦ୍ଧା ପହଞ୍ଚିଯିବ। ୨୦୨୪ ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କୁ କରୋନା ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ଜେଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ ନେବାକୁ ପଡିବ। ଏହାର ଦାମ ପ୍ରାୟ ୧ ହଜାର ଟଙ୍କା ରହିବ।

Share