ଓମିକ୍ରନ୍ ପରେ ୟୁରୋପରେ ଶେଷ ହେବ କୋଭିଡ ମହାମାରୀ!

ଜେନେଭା,୨୪ ।୧: କରୋନା ମହମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ପ୍ରଥମଥର ଲାଗି ଏକ ଆଶାର କିରଣ ସଂଚାର କରିଛି । ଡବ୍ଲୁଏଚଓ କହିଛି ଓମିକ୍ରନ୍ ପରେ ୟୁରୋପରେ ଏହି ମହାମାରୀର ଶେଷ ହୋଇପାରେ । ଏହି ଓମିକ୍ରନ୍ ଭାରିଏଣ୍ଟ ମହାଦ୍ୱିପରେ ପାଖାପାଖି ୬୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରିପାରେ । ଡବ୍ଲୁଏଚଓ ୟୁରୋପର ନିର୍ଦ୍ଦେଶକ ହାନ୍ସ କ୍ଲୁଜ ଏକ ସମାଚାର ଏଜେନ୍ସିକୁ କହିଛନ୍ତି କୋଭିଡ ୧୯ ମହାମାରୀ ଓମିକ୍ରନ୍ ଭାରିଏଣ୍ଟ ସହ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି । ଯାହା ମାର୍ଚ୍ଚ ପର୍ଯ୍ୟନ୍ତ ଯୁରୋପରେ ୬୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରିପାରେ । ଆଉ ଏହାର ଶେଷ, ମହାମାରୀକୁ ଶେଷ କରିପାରେ ବୋଲି ଅନୁମାନ କରାଯାଉଛି । କ୍ଲୁଜ କହିଛନ୍ତି ଏହା ଖୁସିର କଥା ଯେ ୟୁରୋପ ମହାମାରୀର ଶେଷ ଆଡକୁ ଗତି କରୁଛି । ହେଲେ ଭାଇରସର ମ୍ୟୁଟେଟ ହେବାର କ୍ଷମତା ଯୋଗୁ ଆମକୁ ନିଶ୍ଚିତ ଭାବେ ସାବଧାନ ରହିବାକୁ ପଡିବ ।

Share