Categories: ଜାତୀୟ

ଦେଶର ପ୍ରଥମ ଘଟଣା,ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଗଲା

ରାଞ୍ଚି,୨୧।୭: କରୋନା ଯୋଗୁ ଝାଡଖଣ୍ଡର ଏକ ପରିବାର ଛାରଖାର ହୋଇଯାଇଛି। କରୋନା ସଂକ୍ରମଣ ହୋଇ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଯାଇଛି। ମୃତ ମହିଳାଙ୍କ ଷଷ୍ଠ ପୁଅ ଏବେ ଜୀବନମରଣ ସହ ସଂକ୍ରଗାମ କରୁଛନ୍ତି। ୧୫ ଦିନ ମଧ୍ୟରେ ପରିବାରର ୬ ଜଣ ସଦସ୍ୟ କରୋନାରେ ମୃତ୍ୟୁବରଣ କରିଛନ୍ତି। ଦେଶରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ଏହି ମାମଲା ଝାଡଖଣ୍ଡର ଧନବାଦର କତରାସ ଅଞ୍ଚଳରେ ଘଟିଛି। ରାନୀ ବଜାରରେ ରହୁଥିବା ପରିବାରର ଷଷ୍ଠ ସଦସ୍ୟ ସୋମବାର କରୋନା ସଂକ୍ରମଣ ହେତୁ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୮୮ ବର୍ଷ ବୟସ୍କା ମା’ଙ୍କର ଜୁଲାଇ ୪ରେ ବୋକାରୋସ୍ଥିତ ଏକ ନର୍ସିଂହୋମରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦରୁ ଜଣାପଡିଛି ଯେ ସେ କରୋନା ପଜିଟିଭ ଥିଲେ। ତା’ପରେ ରାଞ୍ଚିର ରିମ୍ସ କୋଭିଡ ହସ୍ପିଟାଲରେ ତାଙ୍କର ଜଣେ ପୁଅଙ୍କର ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଦ୍ୱିତୀୟ ପୁଅ କେନ୍ଦ୍ରୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁବରଣ କରିଥିଲା। ମୃତ୍ୟୁର ଧାଡି ଏଠାରେ ବନ୍ଦ ହୋଇ ନ ଥିଲା। ତୃତୀୟ ପୁଅକୁ ଧନବାଦର ପିଏମ୍‌ସିଏଚ୍‌ରେ ମୃତ୍ୟୁ ଘଟିଥିଲା। ଜୁଲାଇ ୧୬ରେ ଚତୁର୍ଥ ପୁଅ ମଧ୍ୟ ଜାମସେଦପୁରରେ କର୍କଟ ରୋଗରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ବରଣ କରିଥିଲେ। ପଞ୍ଚମ ପୁଅଙ୍କୁ ମଧ୍ୟ ରିମ୍ସ ରାଞ୍ଚିରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସୋମବାର ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଏକାସାଙ୍ଗରେ କରୋନା ଜୀବାଣୁ ସଂକ୍ରମଣ ହେତୁ ଜଣେ ବୃଦ୍ଧ ମହିଳା ଏବଂ ତାଙ୍କର ପାଞ୍ଚ ପୁଅଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ପରିବାରର ଅନେକ ସଦସ୍ୟ ମଧ୍ୟ ଚିକିତ୍ସିତ ହେଉଛନ୍ତି।

Share