୬ ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ କରୋନା ଆଶଙ୍କା ଅଧିକ ନା କମ୍‌ ଜାଣନ୍ତୁ

କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ତେବେ କରୋନା ଏବେ ସବୁ ବୟସର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏକ ଗବେଷଣାରୁ ଜଣାପଡିଛି ୬ ଫୁଟରୁ ଅଧିକ ଉଚ୍ଚତାର ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ବାକି ଲୋକଙ୍କ ତୁଳନାରେ ଦୁଇଗୁଣା ଅଧିକ ଥାଏ। ବ୍ରିଟେନର ମାଞ୍ଜେଷ୍ଟର ୟୁନିଭରସିଟି ଏବଂ ଓପନ ୟୁନିଭରସିଟିର ଏକ ଟିମ୍‌ ଆମେରିକା ଏବଂ ବ୍ରିଟେନର ପାଖାପାଖି ୨ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବାୟୁରେ କରୋନା ବ୍ୟାପିବା କଥା ସ୍ବୀକାର କରିଥିବାବେଳେ ଡେଙ୍ଗା ଲୋକଙ୍କୁ ବାୟୁରେ ଘୁରିବୁଲୁଥିବା ଟ୍ରାପଲେଟ ଯୋଗୁ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥାଏ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି।

Share