କରୋନାରୁ ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୧୧ ।୧୦: କରୋନା ମହାମାରୀ ବେଳକୁ ବେଳ ବଢି ଚାଲିଥିବା ବେଳେ ଦେଶରେ ସୁସ୍ଥତା ହାର ମଧ୍ୟ ବଢିବାରେ ଲାଗିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ ଏବେ ପର୍ଯ୍ୟନ୍ତ ଦେଶରେ କରୋନାରେ ସଂକ୍ରମିତ ହୋଇଥିବା ପାଖାପାଖି ୬୦ ଲକ୍ଷ ଲୋକ ସୁସ୍ଥ ହୋଇ ସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏବେ ଦେଶରେ ମୋଟ ୮୮,୩,୧୮୫ଜଣ କେରାନା ରୋଗୀଙ୍କର ଚିକିତ୍ସା ଚାଲିଛି । ଏବେସୁଦ୍ଧା ୫୯,୮,୮୨୨ଜଣ ସୁସ୍ଥ ହୋଇ ସାରିଲେଣି । ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ମୁହାଁ ହେଉଥିଲେ ବି ସୁସ୍ଥତା ହାର ବୃଦ୍ଧି ପାଉଛି ବୋଲି ସରକାର କହିଛନ୍ତି । ତେଣୁ ଏହାକୁ ନେଇ ଭୟଭୀତ ହେବାର ନାହିଁ ବରଂ ଏହି ଯୁଦ୍ଧରେ ବିଜୟୀ ହେବାକୁ ହେଲେ ଆମକୁ କରୋନା ସମ୍ପର୍କିତ ସମସ୍ତ ନିୟମ ପାଳନ କରିବା ଦରକାର ବୋଲି ସରକାର ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଅନ୍‌ଲକରେ ପ୍ରାୟ ସବୁ ଖୋଲି ଯାଇଥିବା ବେଳେ ଏବେବି କେତେକ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ସପକ୍ଷରେ ନାହାନ୍ତି ସରକାର ଓ ଅଭିଭାବକ ।

Share