Posted inଜାତୀୟ

ପୁଣି ଛାନିଆ କଲାଣି କରୋନା: ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୩୫୪ ମୃତ

ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନଟକ, ଛତିଶଗଡ ଏବଂ ଗୁଜରାଟର ୬ଟି ରାଜ୍ୟରୁ ୮୦ ପ୍ରତିଶତ ନୂତନ କରୋନା ମାମଲା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣର ୫୩,୪୮୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୫୪ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୧ କୋଟି ୧୪ ଲକ୍ଷ ୩୪ ହଜାର ୩୦୧ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୫୨ ହଜାର ୫୬୬ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬୨ ହଜାର ୪୬୮କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ବିଚାରପତିଙ୍କ ଉପରେ ବର୍ଷିଲେ ସିଜେଆଇ ଚନ୍ଦ୍ରଚୂଡ, କହିଲେ ଭାରତର କୌଣସି ବି ଅଞ୍ଚଳକୁ ‘ପାକିସ୍ତାନ’ କହିପାରିବେ ନାହିଁ…

ନୂଆଦିଲ୍ଲୀ,୨୫।୯: ନିକଟରେ ହୋଇଥିବା ଏକ ଶୁଣାଣି ସମୟରେ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଥବା କର୍ନାଟକ ହାଇକୋର୍ଟର ବିଚାରପତି...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

‘କବଚ ୪.୦’ ଟ୍ରାଏଲ ରନ୍‌ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨୫।୯: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୱାଇ ମାଧୋପୁରରେ ଅଟୋମେଟିକ ଟ୍ରେନ ସୁରକ୍ଷା ସିଷ୍ଟମ କବଚ ୪.୦ର ଟ୍ରାଏଲ ରନ କରିଛନ୍ତି। ସୱାଇ ମାଧୋପୁର ଏବଂ...

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

କଙ୍ଗନାଙ୍କ ୟୁ-ଟର୍ନ: ଚାପ ବଢିବାରୁ ବଦଳାଇଲେ ମତ

ନୂଆଦିଲ୍ଲୀ,୨୫।୯: ବଲିଉଡ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ଭାଜପା ନିଜକୁ ଦୂରେଇ ରଖିଛି। ଭାଜପା ମୁଖପାତ୍ର ଗୌରବ...

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯...

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri