Advertisement

ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ… : ୮ ଫୁଟ ଦୂରତାରେ ବସିଲେ ମଧ୍ୟ ହେବେ କରୋନା ସଂକ୍ରମିତ

ଟ୍ରେନ୍‌ରେ ଯାତ୍ରାକରିବା ସମୟରେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତଙ୍କ ଠାରୁ ୮ ଫୁଟ ଦୂରରେ ବସନ୍ତି ତେବେ ମଧ୍ୟ ସେ ସଂକ୍ରମିତ ହେବାର ଆଶଙ୍କା ରହିଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଉକ୍ତ ଗବେଷଣା ଅନୁଯାୟୀ, ଏକ ଘଣ୍ଟାର ଟ୍ରେନ୍‌ ଯାତ୍ରା ସମୟରେ ସାମାଜିକ ଦୂରତ୍ୱ ୩.୨ ଫୁଟ(୧ ମିଟର) ରୁ ଅଧିକ ରଖିବା ଆବଶ୍ୟକ।
ଚାଇନାର ହାଇ ସ୍ପିଡ୍‌ ଟ୍ରେନ୍‌କୁ ଧ୍ୟାନରେ ରଖି ବ୍ରିଟେନର ସାଉଥମ୍ପଟନ ୟୁନିଭର୍ସିଟି ଓ୍ବାଲ୍ଡପପ୍‌ ପ୍ରୋଜେକ୍ଟ ଅଧୀନରେ ଏହି ଗବେଷଣା କରାଯାଇଥିଲା। ୧୯ ଡିସେମ୍ବର ୨୦୧୯ରୁ ୬ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଏହି ପରୀକ୍ଷା ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଜଣେ କରୋନା ସଂକ୍ରମିତ ରୋଗୀଠାରୁ ୫ଟି ସିଟ୍‌ ଆଗରେ ବା ପଛରେ ବସିବା ଦ୍ୱାରା ଜଣେ ସୁସ୍ଥ ବ୍ୟକ୍ତି ୦.୩୨ ପ୍ରତିଶତ ସଂକ୍ରମିତ ହେଉଥିବା ବେଳେ ନିକଟରେ ବସିଥିବା ବ୍ୟକ୍ତି ୩.୫ ପ୍ରତିଶତ ସଂକ୍ରମିତ ହେବାର ଆଶଙ୍କା ରହିଛି। କ୍ଲିନିକାଲ ଇନ୍‌ଫେକ୍ସନ୍‌ ଡିଜିଜେସ୍‌ ଜର୍ଣ୍ଣାଲରେ ଏହା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, କରୋନା ସଂକ୍ରମିତ ବ୍ୟକ୍ତି ଥିବା ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ସଂକ୍ରମଣ ହାର ୧.୫ ପ୍ରତିଶତ ଅଟେ। ତେଣୁ ବ୍ରିଟେନରେ ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଯାତ୍ରା ସମୟରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share