ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ମାଲକାନଗିରି ଜିଲାରୁ ସର୍ବାଧିକ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୨୮, କୋରାପୁଟରୁ ୧୮, ଜଗତ୍ସିଂହପୁର ଓ କଟକରୁ ୧୭, ବଲାଙ୍ଗୀରୁ ୧୬, ଦେବଗଡ଼ରୁ ୧୫, ମୟୂରଭଞ୍ଜ, ଖୋର୍ଦ୍ଧାରୁ ୭, ଅନୁଗୋଳ ଓ କେନ୍ଦୁଝରରୁ ୬, ବାଲେଶ୍ୱରରୁ ୫, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୪ ଲେଖାଏ ଆକ୍ରାନ୍ତ ରହିଛନ୍ତି। ସେହିଭଳି ଗଞ୍ଜାମ, ଝାରସୁଗୁଡ଼ାରୁ ୩ ଜଣ ଲେଖାଏ, ସୁନ୍ଦରଗଡ଼ରୁ ୨, ବୌଦ୍ଧ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୮୭ ଚିକିତ୍ସାଧୀନ ଅଛନ୍ତି। ୪୯୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ