ବରଗଡ଼ ଅଫିସ, ୨୮।୫: ବରଗଡ଼ ଜିଲାରେ ଗୁରୁବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ବରପାଲି ବ୍ଲକ ଅଞ୍ଚଳର ୪୦ବର୍ଷୀୟ ପୁରୁଷ ଏବଂ ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି। ଏନେଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଟୁଇଟ କରି ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ବରଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୪ରେ ଅନ୍ୟଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ରାଉରକେଲାର ହାଇଟେକ୍ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ବରପାଲିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମଧ୍ୟ ସେଠାକୁ ପଠାଇ ଦିଆଯାଇଥିବା ନେଇ ଜିଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।
@CMO_Odisha @HFWOdisha @SRC_Odisha @IPR_Odisha
"Second case of corona positive, a 40yrs male Mumbai returnee detected in Barpali Block of Bargarh District."— Collector & DM, Bargarh (@DMBargarh) May 28, 2020