ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମସ୍ତେ ଯାଜପୁର ଜିଲାର। ଏହାକୁ ମିଶାଇ ଏଯାବତ ରାଜ୍ୟରେ ୧୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଗୁରୁବାର ମୋଟ ୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Another 15 patients have recovered from COVID-19 and are being discharged.
They are all from Jajpur district.
The number of recovered cases of Odisha now stands at 158.
— H & FW Dept Odisha (@HFWOdisha) May 14, 2020