CORONAVIRUS UPDATE: ଆଉ ଦୁଇ ପଜିଟିଭ୍‌ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୪୫

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ବାଲେଶ୍ୱରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ନରେ ଆଉ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବଲାଙ୍ଗୀର ଜିଲା ଲେଖାରିଆ ଗ୍ରାମର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୨ ଏବଂ ୧୮ ବର୍ଷୀୟ ପୁରୁଷ। ସେମାନେ ତାମିଲନାଡ଼ୁରୁ ଫେରିଥିଲେ। ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି। ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି।

Share