CORONAVIRUS UPDATE: ଆଉ ନୂଆ ୧୪୬ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଜଗତ୍‌ସିଂହପୁରରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ୨, କଟକ ୨, ଖୋର୍ଦ୍ଧା ୧୯, ନୟାଗଡ଼ ୩, ମୟୂରଭଞ୍ଜ ୩, କଳାହାଣ୍ଡି ୩, କନ୍ଧମାଳ ୨, ଗଞ୍ଜାମରୁ ୧୮, ଦେବଗଡ଼ରୁ ୫, ସୁନ୍ଦରଗଡ଼ରୁ ୭, କେନ୍ଦ୍ରାପଡ଼ା ୨, ବାଲେଶ୍ୱର ୭ ଓ ମାଲକାନଗିରି, ଯାଜପୁର, ଢେଙ୍କାନାଳ, ବଲାଙ୍ଗୀରରୁ ଜଣେ ଲେଖାଏ ଆକ୍ରନ୍ତ ଅଛନ୍ତି।
ଏହାସହ ଅମ୍ଫାନ ମୁକାବିଲା ଲାଗି ପଶ୍ଚିମବଙ୍ଗ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ର ୬୧ ଜଣ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩,୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୬ ଚିକିତ୍ସାଧୀନ ଅଛନ୍ତି। ୧୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।