ଭୁବନେଶ୍ୱର,୨୦।୬(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆରୋଗ୍ୟ ସଂଖ୍ୟା ବଢ଼ୁଛି। ଏହି କ୍ରମରେ ଶନିବାର ରାଜ୍ୟରେ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି।
ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କଟକରୁ ୭୦, ଖୋର୍ଦ୍ଧାର ୫୪, ଜଗତ୍ସିଂହପୁରର ୨୦, କନ୍ଧମାଳର ୧୯, ଗଞ୍ଜାମ ୧୭, ଭଦ୍ରକ-ମୟୂରଭଞ୍ଜର ୯, କେନ୍ଦୁଝରର ୮, ପୁରୀ-ଢେଙ୍କାନାଳର ୭, କେନ୍ଦ୍ରାପଡ଼ା-ନୟାଗଡ଼ର ୪, କଳାହାଣ୍ଡି-ମାଲକାନଗିରି-ସମ୍ବଲପୁରର ୨, ବୌଦ୍ଧ-ଝାରସୁଗୁଡ଼ା-ସୁନ୍ଦରଗଡ଼ର ଜଣେ ଲେଖାଏ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।